ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକାର ପ୍ରଥମ ଡୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ସେ ଦେଶର ସମସ୍ତ ଜନତାଙ୍କୁ ଟୀକା ନେବା ପାଇଁ ଅପିଲ ମଧ୍ୟ କରିଛନ୍ତି । ସେହିପରି ଏବେ ଘରୋଇ ହସ୍ପିଟାଲମାନଙ୍କରେ ମଧ୍ୟ କରୋନା ଟୀକା ଉପଲବ୍ଧ କରିଛନ୍ତି ସରକାର । ଏହାବ୍ୟତିତ ଆପଣ ଏବେ ନିଜେ ମଧ୍ୟ କରୋନା ଟୀକା ପାଇଁ ଆବେଦନ କରିପାରିବେ । ଏଥିପାଇଁ କୋୱିନ୍ ଆପ ଏବଂ ୱେବସାଇଟରେ ରେଜଯଷ୍ଟ୍ରସନ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା ରେଜିଷ୍ଟ୍ରେସନ ପ୍ରକ୍ରିୟା..
ପ୍ରଥମେ ଆପଣ ଆପଣଙ୍କ ଫୋନ୍ ବ୍ରାଉଜରରେ ସେଲ୍ଫରେଜିଷ୍ଟ୍ରେସନ.କୋୱିନ.ଜିଓଭି.ଇନ୍ ଟାଇପ କରନ୍ତୁ । ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ରେଜିଷ୍ଟ୍ରେସନ କରିବାକୁ ହେବ । କିନ୍ତୁ ବର୍ତ୍ତମାନ କରୋନା ଟୀକା ପାଇଁ ୱେବସାଇଟରେ ରେଜିଷ୍ଟ୍ରେସନ ହେଉଛି ।
ଏହାପରେ ଆପଣଙ୍କ ମୋବାଇଲ ନଂକୁ ଏକ ଓଟିପି ଆସିବ । ସେହି ଓଟିପି ଦେବା ପରେ ପରିଚୟ ପତ୍ର ଅପଲୋଡ କରିବାକୁ ହେବ । ପରିଚୟପତ୍ର ରୂପେ ଆପଣ ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ ପାସବୁକ୍, ଭୋଟର ଆଇଡି କାର୍ଡ ଆଦି ଦେଇ ପାରିବେ । ଏହାପରେ ନାମ, ଲିଙ୍ଗ, ଜନ୍ମ ତାରିଖ ଦେଇ ରେଜିଷ୍ଟେର ବଟନ ଉପରେ କ୍ଲିକ କରିବାକୁ ହେବ । ଏତିକି କରିବା ପରେ ଆପଏଣ୍ଟମେଣ୍ଟ ପଇଁ ଏକ ପେଜ୍ ଖୋଲିବ । ସେଠାରେ ଆପଣଙ୍କୁ ଆପଣଙ୍କ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ପିନ କୋଡର ତଥ୍ୟ ମଗାଯିବ । ଏହାପରେ ଟୀକାକରଣ କେନ୍ଦ୍ରର ନାଁ, ଟୀକାକରଣର ତାରିଖ ଏବଂ ସମୟ ର ତଥ୍ୟ ଭରିବା ପରେ ବୁକ୍ ବଟନ୍ ଉପରେ କ୍ଲୀକ କରିବାକୁ ହେବ । ଏହାପରେ ଆପଣଙ୍କ ମୋବାଇଲ ନଂକୁ ଏକ ମେସେଜ ଆସିବ ଯେଉଁଥିରେ ସମସ୍ତ ତଥ୍ୟ ରହିଥିବ ।
ଋିପୋର୍ଟ ମୁତାବକ, କୋୱିନ ଆପ୍ କୁ ଆଣ୍ଡ୍ରୋଏଡ, ଆଇଓଏସ ଏବଂ କେଏଆଇଓଏସ ସମସ୍ତଙ୍କ ପାଇଁ ଲଞ୍ଚ କରାଯିବ । ସେହିପରି ନୋକିଆ ୪ଜି ଫୋନ୍ ୟୁଜର୍ସ ଏବଂ ଜିଓ ଫୋନ୍ ୟୁଜର୍ସ ମଧ୍ୟ ତାଙ୍କ ଫୋନ୍ ରେ କୋୱିନ୍ ଆପ୍ ଡାଉନଲୋଡ କରି ପାରିବେ । ସାଧାରଣ ଜନତାଙ୍କ ପାଇଁ ବର୍ତ୍ତମାନ ଆପ୍ ଜରିଆରେ ରେଜିଷ୍ଟ୍ରସନ ଆରମ୍ଭ ହୋଇନାହିଁ ।