ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ମାମଲା ବୃଦ୍ଧି ମଧ୍ୟରେ ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ(ଡିସିଜିଆଇ) ଆଉ ଏକ ଔଷଧ କରୋନା ରୋଗୀଙ୍କ ନିମନ୍ତେ ବ୍ୟବହାର ପାଇଁ ଅନୁମତି ଦେଇଛି । ନିକଟରେ ଜାଇଡସ କାଡିଲା ତାର କରୋନା ଔଷଧ ଭିରାଫିନ୍ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଥିଲା । ଏବେ ଡିସିଜିଆଇ ଏହି ଔଷଧ ବ୍ୟବହାର ପାଇଁ ଅନୁମତି ଦେଇଛି ।
ଜାଇଡସ କାଡିଲାର ଏହା ସିଙ୍ଗଲ ଡୋଜ ଔଷଧ । ଯାହା କରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ । କମ୍ପାନୀ କହିଛି କି, କରୋନାରେ ସଂକ୍ରମିତ ହେବା ମାତ୍ରେ ରୋଗୀଙ୍କୁ ଭିରାଫିନ୍ ଔଷଧ ଦେବା ଦ୍ୱାରା ବହୁତ ଶୀଘ୍ର ରୋଗୀ ଠିକ ହୋଇଯିବେ ।
କମ୍ପାନୀର ସୂଚନା ମୁତାବକ, ଫେଜ ୩ କ୍ଲିନିକାଲ ଟ୍ରାଏଲୋ ଏହି ଔଷଧ ଦେବା ପରେ କରୋନା ସହ ଲଢୁଥିବା ରୋଗୀଙ୍କଠାରେ ଅନେକ ସୁଧାର ଦେଖାଦେଇଛି । ଟ୍ରାଏଲ ସମୟରେ ଅନେକ ରୋଗୀଙ୍କର ଆରଟିପିସିଆର ରିପୋର୍ଟ ସାତ ଦିନରେ ନେଗେଟିଭ ଆସିଛି ।