ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କରୋନା ଟୀକାର ପ୍ରଥମ ଡୋଜ ନେଇଛନ୍ତି । ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ କେଜ୍ରିୱାଲ ତାଙ୍କ ମାତା ଓ ପିତା ଙ୍କ ସହିତ କରୋନା ଟୀକା କୋଭିସିଲ୍ଡ ନେଇଛନ୍ତି ।
ଆମ ଆଦମୀ ପାର୍ଟିର ପ୍ରମୁଖ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ଆଜି ମୁଁ ଏବଂ ମୋର ମାତା ଓ ପିତା ଟୀକା ନେଇଛୁ । ଆମେ ସମସ୍ତେ ଭଲ ଅଛୁ । ଟୀକାକୁ ନେଇ ଏବେ କୌଣସି ସନ୍ଦେହରେ ରହିବା ଆବଶ୍ୟକ ନାହିଁ । ଅଧିକରୁ ଅଧିକ ସଂଖ୍ୟାରେ ଟୀକା ନେବା ପାଇଁ ମୋର ଅନୁରୋଧ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଆବଶ୍ୟକତା ପଡିଲେ ଜନତାଙ୍କ ପାଇଁ ଆହୁରୀ ଅଧିକ ଟୀକାକରଣ କେନ୍ଦ୍ର ଖୋଲିବେ ଦିଲ୍ଲୀ ସରକାର ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧ ରୁ ଦେଶବ୍ୟାପି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନ ଚାଲିଛି । ଏଥିରେ ୬୦ ବର୍ଷରୁ ଅଧିକ ଏବଂ ବିିଭିନ୍ନ ରୋଗରେ ପୀଡିତ ଥିବା ୪୫ ରୁ ୫୯ ବୟସ୍କର ଲୋକଙ୍କୁ ଦିଲ୍ଲୀର ୧୯୨ ଟି ହସ୍ପିଟାଲରେ ଟୀକା ଦିଆଯାଉଛି । ସରକାରଙ୍କ କହିବାନୁଯ୍ରାୀ ଯେଉଁ ବ୍ୟକ୍ତି ପୂର୍ବରୁ ରୋଗାଗ୍ରସ୍ତ ଅଛନ୍ତି ସେମାନଙ୍କୁ ପ୍ରଥମେ ଟୀକା ଲଗେଇବା ଉଚିତ୍ ।