ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟସ୍ପଟ । ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ସୁଦ୍ଧା ମୋଟ ୨୬୧୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୪୬୪ ଜଣ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ।
ଭୁବନେଶ୍ୱରରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ରାଜଧାନୀବାସୀଙ୍କୁ କଲବଲ କରୁଛି ଡେଙ୍ଗୁ । ଯାହାକୁ ନେଇ ଜନ ସାଧାରଣଙ୍କ ଭିତରେ ଭୟ ବଢିବାରେ ଲାଗିଛି ।
ଅନ୍ୟପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ରକ୍ତରୁ ପ୍ଲେଟଲେଟ କମିଯିବାର ଆଶଙ୍କା ଥିବାରୁ ବ୍ଲଡ ବ୍ୟାଙ୍କରେ ରକ୍ତ ୟୁନିଟ ଗଚ୍ଛିତ କରି ରଖାଯାଇଛି ।