ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ । ପ୍ରାୟତଃ ଏହା ରାଜ୍ୟର ସମସ୍ତ ଜିଲ୍ଲାକୁ ବ୍ୟାପିଲାଣି । ମୁଖ୍ୟତଃ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଭିଡ ଜମୁଛି । ଡେଙ୍ଗୁ ଟେଷ୍ଟିଂ ବଢାଯାଇଥିଲେ ସୁଦ୍ଧା ରୋଗୀଙ୍କ ସଂଖ୍ୟା ବଢିବା ସହ ସ୍ଥିତି ସଙ୍ଗୀନ ହେଉଛି ।
ଏବେ ଡେଙ୍ଗୁ ଗ୍ରାଫ୍ ପିକ୍ ରେ ରହିଛି । ସେପ୍ଟମ୍ବର ମାସ ଯାଏଁ ଏଭଳି ପିକ୍ ପରିୟଡ ରହିବ । ତେଣୁ ସତର୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।