ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶସ୍ତା ଏବଂ ସହଜରେ ସବୁ ସ୍ଥାନରେ ଉପଲବ୍ଧ ଥିବା ଡେକ୍ସାମେଥାସୋନ , କରୋନା ଭାଇରସ ସଂକ୍ରମିତ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇପାରେ ସହାୟକ ହୋଇପାରେ । କରୋନା ଭାଇରସ ଭ୍ୟାକ୍ସସିନ୍ ଉପରେ କାମ କରୁଥିବା ବ୍ରିଟେନ୍ ବୈଜ୍ଞାନିକ ମଙ୍ଗଳବାର ଦାବି କରିଥିଲେ କି , ସେମାନଙ୍କୁ ଏଭଳି ଏକ ଔଷଧ ମିଳିଛି ଯେଉଁଥିରେ ଏହି ଭାଇରସର ସଂକ୍ରମଣରୁ ରକ୍ଷା କରାଯାଇ ପାରିବ ।
ବିଟ୍ରେନ୍ ବିଶେଷଜ୍ଞଙ୍କ କହିବାନୁଯାୟୀ , ଏହି ଔଷଧର ଉପଯୋଗ କରୋନା ଲଢେଇରେ ଏକ ବଡ ସଫଳତା ଭାବେ ସାମ୍ନାକୁ ଆସିଛି । ଯେଉଁ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି ଏବଂ ତାଙ୍କୁ ଭେଣ୍ଟିଲେଟରର ସାହାରା ନେବାକୁ ପଡୁଛି । ସେମାନଙ୍କ ମରିବାର ସମ୍ଭାବନା ପାଖାପାଖି ଏକ ତୃତୀୟାଂଶ ଏହି ଔଷଧ ଯୋଗୁଁ କମ୍ ହୋଇ ଯାଉଛି ।
ଡେକ୍ସାମେଥାସୋନ ଔଷଧ ୧୯୬୦ ରେ ଆଣ୍ଠୁ ଗଣ୍ଠିବାତ ଏବଂ ଆସ୍ଥମା ଚିକିତ୍ସା ଲାଗି ବ୍ୟବହାର ହେଉଥିବା ଔଷଧ । କରୋନାର ଯେଉଁ ରୋଗୀଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡୁଛି । ସେମାନଙ୍କ ମଧ୍ୟରୁ ଅଧା ଲୋକଙ୍କ ଜୀବନ ଚାଲି ଯାଉଛି । ସେଥିପାଇଁ ଏହି ଔଷଧ କରୋନା ମାମଲାର ଏକ ତୃତୀୟାଂଶ କମ କରିଦେବ ।
ଗବେଷକମାନେ ଅନୁମାନ କରିଛନ୍ତି କି ଯଦି ଏହି ଔଷଧର ବ୍ୟବହାର ବ୍ରିଟେନରେ ସଂକ୍ରମଣର ଆରମ୍ଭରୁ କରାଯାଇଥାନ୍ତା ତେବେ ପାଞ୍ଚ ହଜାର ଲୋକଙ୍କ ଜୀବନ ବଞ୍ଚି ଯାଇଥାନ୍ତା । କାରଣ ଏହି ଔଷଧ ବହୁତ ଶସ୍ତା ବି ରହିଛି । ଯାହାଫଳରେ ଗରିବ ଦେଶ ପାଇଁ ଖୁବ୍ ଫାଇଦା ହୋଇପାରେ ।
କରୋନାର ପାଖାପାଖି ୨୦ ରୋଗୀଙ୍କ ମଧ୍ୟରୁ ୧୯ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ନହୋଇ ଭଲ ହୋଇ ଯାଉଛନ୍ତି । ଯେଉଁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ସୁସ୍ଥ ହୋଇ ଯାଉଛନ୍ତି କିନ୍ତୁ କିଛି ଏଭଳି ରୋଗୀ ରହିଛନ୍ତି ଯାହାଙ୍କର ଅକ୍ସିଜେନ୍ ବା ଭେଣ୍ଟିଲେଟରର ଆବଶ୍ୟକ ପଡୁଛି । ସେହି ରୋଗୀ ମାନଙ୍କ ପାଇଁ ଏହି ଔଷଧ ସହାୟକ ହେଉଛି ।
ପୂର୍ବରୁ ଏହି ଔଷଧ ଫୁଲା କମ କରିବାରେ ବ୍ୟବହାର କରାଯାଉଥିଲା ଏବଂ ଏବେ ଏହା କରୋନାରେ ଲଢିବାରେ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସହାୟକ କରିବ । ଯେତେବେଳେ ଶରୀରର ପ୍ରତିରଧା ପ୍ରଣାଳୀ ଅଧିକ ସକ୍ରିୟତା ସହ ପ୍ରତିକ୍ରିୟା କରିଥାଏ ସେହି ସ୍ଥିତିକୁ ସାଇଟୋକିନ୍ ଷ୍ଟର୍ମ କୁହାଯାଇଥାଏ । ଏହା ବିପଦପୂର୍ଣ୍ଣ ହୋଇପାରେ ।
ଅକ୍ସଫୋର୍ଡ ୟୁନିଭରସିଟିର ଏକ ଟିମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୦୦୦ ରୋଗୀଙ୍କୁ ଏହି ଔଷଧ ଦେଇଥିଲେ ଏହା ପରେ ଏହାର ତୁଳନାତ୍ମକ ଅଧ୍ୟୟନ ସେହି ୪ ହଜାର ରୋଗୀଙ୍କ ସହ କରିଥିଲେ , ଯାହାଙ୍କୁ ଔଷଧ ଦିଆ ଯାଇନଥିଲା ।
ଭେଣ୍ଟିଲେଟର ସାହାରାରେ ଯେଉଁ ରୋଗୀ ଜୀବିତ ଥିଲେ । ସେମାନଙ୍କଠାରେ ଏହି ଔଷଧର ପ୍ରଭାବରେ ୪୦ ପ୍ରତିଶତରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ ମରିବାର ସମ୍ଭାବନା କମ ହୋଇଯାଇଛି । ଏହାସହିତ ଯେଉଁ ରୋଗୀଙ୍କର ଅକ୍ସିଜେନ୍ ର ଆବଶ୍ୟକତା ଥିଲା ସେମାନଙ୍କ ଠାରେ ୨୫ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ମରିବାର ସମ୍ଭବନା କମ ହୋଇଯାଇଛି ।
ଅକ୍ସଫର୍ଡ ୟୁନିଭରସିଟିର ଅଧ୍ୟୟନକର୍ତ୍ତା ପ୍ରଫେସର ପିଟର ହାର୍ବି କହିଛନ୍ତି କି, ଏହା ଏକମାତ୍ର ଏଭଳି ଏକ ଔଷଧ ଏପର୍ଯ୍ୟନ୍ତ ଯାହାର ପ୍ରଭାବରେ ମୃତ୍ୟୁ ଦର ହ୍ରାସ ହୋଇଛି । ମୃତ୍ୟୁ ଦର କମ କରିବା ଏବଂ ଅକ୍ସିଜେନ୍ ର ସହାୟତା ନେଉଥିବା ରୋଗୀଙ୍କ ପାଇଁ ଏହା ଫାଇଦା ହୋଇଛି । ଏହା ଏକ ବଡ ସଫଳତା । ସେଥିପାଇଁ ଏଭଳି ରୋଗୀଙ୍କୁ ଡେକ୍ସାମେଥାସୋନ ବ୍ୟବହାର କରିବା ଉଚିତ୍ । ଏହି ଔଷଧ ଅଧିକ ମହଙ୍ଗା ବି ନୁହେଁ ଏବଂ ସାରା ଦୁନିଆରେ ଜୀବନ ବଞ୍ଚାଇବା ପାଇଁ ଏହାର ପ୍ରୟୋଗ କରାଯାଇ ପାରେ ।
ଅନ୍ୟପଟେ ବୈଜ୍ଞାନିକଙ୍କ ଏହି ଗବେଷଣାକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି କି, ଡେକ୍ସାମେଥାସୋନ ଉପରେ ହୋଇଥିବା ଗବେଷଣା କୁ ଆମେ ସ୍ୱାଗତ କରୁଛୁ । ଯାହା କରୋନା ଭାଇରସର ମୃତ୍ୟୁ ଦରକୁ କମ କରିପାରେ । ଆମକୁ ଜୀବନ ବଞ୍ଚାଇବା ଏବଂ ନୂତନ ସଂକ୍ରମଣକୁ ବ୍ୟାପିବାରେ ରୋକିବା ଉପରେ ଧ୍ୟାନ ଦେବାକୁ ପଡିବ ।