ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରି ମଧ୍ୟରେ ଟୀକାକରଣ ଉପରେ ଅଧିକ ଫୋକସ ରହିଛି । ବାସ୍ତବରେ କରୋନା ସଂକ୍ରମତି ରୋଗୀ ଏବଂ ଗର୍ଭବତୀ ମହିଳା, ସ୍ତନପାନ କରୁଥିବା ମହିଳା କେବେ ଟୀକା ନେଇ ପାରିବେ । ସେନେଇ ଲୋକଙ୍କ ବନରେ ଅନେକ ପ୍ରଶ୍ନ । ଏହି ସମସ୍ତ ପ୍ରଶ୍ନର ଜବାବରେ ଗୁରୁବାର ସରକାରୀ ପ୍ୟାନେଲ ସୁପାରିଶ କରିଛି କି କରୋନା ରୋଗୀ ସୁସ୍ଥ ହେବାର ୬ ମାସ ପରେ ଟୀକାର ପ୍ରଥମ ଡୋଜ ନେବା ଉଚିତ୍ ।
କରୋନା ଟୀକା କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ଅନ୍ତର ବଢାଇ ୧୨ ରୁ ୧୬ ସପ୍ତାହ ଅର୍ଥାତ ଚାରି ମାସ କରିବା ପାଇଁ ସୁପାରିଶ କରିଛି ଏନଟିଏଜିଆଇ ।ଅବଶ୍ୟ କୋଭାକ୍ସିନ ଡୋଜରେ ପରିବର୍ତ୍ତନ ପାଇଁ କୁହାଯାଇ ନାହିଁ । ବର୍ତ୍ତମାନ କୋଭିସିଲ୍ଡ ଟୀକାର ଦୁଇଟି ଡୋଜ ୪ ରୁ ୮ ସପ୍ତାହ ବ୍ୟବଧାନରେ ଦିଆଯାଉଛି ।
ସରକାରୀ ପ୍ୟାନେଲ ପକ୍ଷରୁ କୁହାଯାଇଛି କି, ଗର୍ଭବତୀ ମହିଳାଙ୍କୁ କରୋନାର ଯେକୌଣସି ଟୀକା ଲଗାଇବା ପାଇଁ ଅପ୍ସନ ଦିଆଯାଇପାରେ । ଏବଂ ସ୍ତନପାନ କରାଉଥିବା ମହିଳା ଶିଶୁ ଜନ୍ମ ପରେ ଯେକୌଣସି ସମୟରେ ଟୀକା ଦେଇ ପାରିବେ ।