ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର କେତେକ ଜିଲ୍ଲାରେ କିଛିଦିନ ହେବ ମାଡୁଛି ଆଖିଧରା ରୋଗ । ଏନେଇ ଡାକ୍ତରଖାନା ମାନଙ୍କରେ ଜମୁଛି ଲୋକଙ୍କ ଭିଡ । ସମ୍ବଲପୁର ସଦର ମେଡିକାଲ ଓ ଭୀମସାରରେ ଆଖିଧରା ରୋଗୀଙ୍କ ସଂଖ୍ୟା ଅଧିକ ବଢିବାରେ ଲାଗିଛି ।
ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଏହା ମୁଖ୍ୟତଃ ସ୍ପର୍ଶ ମାଧ୍ୟମରେ ବ୍ୟାପୁଛି । ଭୂତାଣୁ ଜଣଙ୍କଠୁ ଅନ୍ୟଜଣଙ୍କୁ ବହୁତ ଶୀଘ୍ର ସଂକ୍ରମିତ ହେଉଛି । ଏଥିପାଇଁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏନେଇ ସତର୍କ ରହିବା ପାଇଁ ବିଶେଷଜ୍ଞ ମାନେ କହିଛନ୍ତି ।