ନଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଆମେରିକାରେ, ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ କରୋନା ଟିକା । ଶନିବାର ଦିନ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ପକ୍ଷରୁ ପିଲାମାନଙ୍କ ଟିକା ପାଇଁ ମଞ୍ଜୁରୀ ମିଳିଛି । ଫାଇଜର-ବାୟୋଟେକ ଏଭଳି ପ୍ରଥମ କମ୍ପାନୀ ହୋଇପାରିଛି ଯାହାର ଟୀକାକୁ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ଦେବା ପାଇଁ ଆମେରିକାର ଏଫଡିଏ ମଞ୍ଜୁରୀ ଦେଇଛି ।
ଏହି ଅନୁମୋଦନ ପରେ ଫାଇଜର ବାୟୋଟେକ୍ କହିଛି ଯେ ଏହି ଟିକା ର ଦୁଇଟି ଡୋଜ ୨୧ ଦିନ ବ୍ୟବଧାନରେ ପିଲାମାନଙ୍କୁ ଦିଆଯିବ । ଫାଇଜରର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଆଲବର୍ଟ ବୋଲା କହିଛନ୍ତି, ‘ଆମେରିକାରେ ୬୦ ଲକ୍ଷରୁ ଅଧିକ ପିଲା କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ଅନେକ ଯୁବକ ଯୁବତୀ ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି। ଟିକା ଆସିବା ଦ୍ୱାରା ପିଲାମାନେ ଉନ୍ନତ ସୁରକ୍ଷା ପାଇବେ ଏବଂ କରୋନା ବିରୋଧରେ ଏହି ଯୁଦ୍ଧରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ଟିକା ଦ୍ୱାରା ଆମେ ପିଲାମାନଙ୍କୁ, ସେମାନଙ୍କ ପରିବାର ଏବଂ ସମାଜକୁ ସମସ୍ତଙ୍କ ସୁରକ୍ଷା କରିବାରେ ସମର୍ଥ ହେବା ।
କିନ୍ତୁ, ପିଲାମାନଙ୍କ ପାଇଁ ଟୀକାକରଣ ଆରମ୍ଭ ହେବା ପୂର୍ବରୁ, ଏଫଡିଏ ମଙ୍ଗଳବାର ଦିନ ଏହି ଟିକା ବିଷୟରେ ଅଧିକ ବିସ୍ତୃତ ସୂଚନା ଗ୍ରହଣ କରିବ । ଏହା ପରେ ହିଁ ପିଲାମାନଙ୍କର ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବ। ଏଫଡିଏ ମୁଖ୍ୟ ଡକ୍ଟର ପିଟର କହିଛନ୍ତି ଯେ କରୋନା ମହାମାରୀ କେବଳ ଆର୍ଥିକ କ୍ଷତି ନୁହେଁ ବରଂ ସାମାଜିକ କ୍ଷତି ମଧ୍ୟ କରିଛି। ଏହି ମହାମାରୀ ପିଲାମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଛି। ଏହି ମହାମାରୀର ଶାରୀରିକ ବିକାଶ ତଥା ପିଲାମାନଙ୍କର ସାମାଜିକ ବିକାଶ ଉପରେ ବହୁତ ଖରାପ ପ୍ରଭାବ ପଡିଛି।