ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସକାଳୁ ପାଖାପାଖି ୭୦ ଟନ ଜୀବନରକ୍ଷକ ଅକ୍ସିଜେନ ସହିତ ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ଦିଲ୍ଲୀରେ ପହଁଚିଛି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ଏହି ଅକ୍ସିଜେନକୁ ଏବେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ହସ୍ପିଟାଲକୁ ପଠାଯିବ । ସେହିପରି ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଟ୍ୱିଟ କରି କହିଛନ୍ତି କି, ରାଜଧାନୀ ଦିଲ୍ଲୀରେ ରୋଗୀଙ୍କ ପାଇଁ ଅକ୍ସିଜେନ ସହିତ ଛତିସଗଡର ରାୟଗଢରୁ ଅକ୍ସିଜେନ ଏକ୍ସପ୍ରେସ ଦିଲ୍ଲୀରେ ପହଁଚିଛି ।
କୋଭିଡ ବିପକ୍ଷ ଲଢେଇରେ କୌଣସି ଅଭାବ ଛାଡୁନି ଭାରତୀୟ ରେଳବାଇ । ଏହାପୂର୍ବରୁ ରେଳବାଇ କହିଥିଲା କି, ଅନୁଗୁଳ, କଳିଙ୍ଗନଗର, ରାଉରକେଲା ଏବଂ ରାୟଗଡରୁ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳକୁ ଅକ୍ସିଜେନ ପହଁଚାଇବାର ଯୋଜନା କରୁଛି ।