ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଅନଲାଇନ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନାଁ ଯୋଡି ହୋଇଯାଇଛି । ହେଲ୍ଥ କେୟାର କ୍ଷେତ୍ରରେ ପାଦ ଥାପିଛି ୱାଲମାର୍ଟ ସମୂହ କମ୍ପାନୀ ଫ୍ଲିପକାର୍ଟ । ସାରା ଦେଶରେ ୨୦ ହଜାରରୁ ଅଧିକ ପିନକୋଡ ପର୍ଯ୍ୟନ୍ତ ସେବା ଯୋଗାଇବା ପାଇଁ କମ୍ପାନୀ ନୂତନ ଆପ୍ ଫ୍ଲିପକାର୍ଟ ହେଲ୍ଥ ପ୍ଲସ ଲଞ୍ଚ କରିଛି ।
ବୁଧବାର କମ୍ପାନୀ ଏକ ବୟାନରେ କହିଛି କି, ଫ୍ଲିପକାର୍ଟ ହେଲ୍ଥ ପ୍ଲସ ମଞ୍ଚ ୫୦୦ ସ୍ୱତନ୍ତ୍ର ବିକ୍ରେତାଙ୍କୁ ପଞ୍ଜିକୃତ ଫାର୍ମାସିଷ୍ଟଙ୍କ ନେଟୱର୍କ ସହ ଯୋଡିବ ।
ଏହାଦ୍ୱାରା ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁମୋଦନ କରିବାକୁ ଅନୁମତି ରହିଛି ଏବଂ ସଠିକ୍ ଔଷଧ ଯୋଗାଣ ନିଶ୍ଚିତ କରାଯିବ ।
ଫ୍ଲିପକାର୍ଟ ହେଲ୍ଥ ପ୍ଲସର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ କହିଛନ୍ତି କି, କୋଭିଡ୧୯ ପରେ ଭାରତୀୟ ସ୍ୱାସ୍ଥ୍ୟ ସେବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ସ୍ୱାସ୍ଥ୍ୟ ଉପରେ ଏବେ ଯେତିିକି ଧ୍ୟାନ ଦିଆଯାଉଛି ଏଭଳି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।