ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେତେବେଳେ ପାଚନ କ୍ରିୟା କମଜୋର ହୋଇଯାଏ ସେତେବେଳେ ଫୁଡ୍ ପଏଜନିଙ୍ଗର ବିପଦ ବଢିଯାଇଥାଏ । ସେହି ସମୟରେ ବାହାର ଖାଦ୍ୟ ତଥା ଭାରୀ ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ । ଫୁଡ୍ ପଏଜେନିଙ୍ଗ ହେଲେ ଆପଣ ଔଷଧ ଖାଇବା ବଦଳରେ ଘରୋଇ ଉପଚାର ଆପଣାନ୍ତୁ । ଏହାଦ୍ୱାରା ବିନା କୌଣସି ପାରିପାଶ୍ୱିର୍କ ଦ୍ୱନ୍ଦରେ ପେଟ ସମସ୍ୟାରୁ ଆରାମ ମିଳିପାରିବ ।
ଏହି ଖାଦ୍ୟ ସେବନ କରନ୍ତୁ ଲାଭ ହେବ:
ରସୁଣରେ ଆଣ୍ଟି ଭାଇରାଲ, ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଫଙ୍ଗଲ ଗୁଣ ଥାଏ । ଏହା ଡାଏରିଆ ଏବଂ ପେଟ ଦରଜ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସେଥିପାଇଁ ତାଜା ରସୁଣ କୋଲାକୁ ଗୋଟେ ଗ୍ଲାସ ଗରମ ପାଣିରେ ସେବନ କରନ୍ତୁ । ଏହାସହିତ କମଳା ଜୁସ୍ ରେ ଖଣିଜ, ଭିଟାମିନସ୍ ଏବଂ ପୋଷକ ତତ୍ୱ ଭରପୁର ମାତ୍ରାରେ ଥାଏ । ରକ୍ତଚାପ ନିୟନ୍ତ୍ରଣ କରିବାରେ କମଳା ଜୁସ୍ ଖୁବ୍ ଉପଯୋଗୀ ।
ଲେମ୍ବୁର ଏସିଡିକ୍ ପ୍ରପଟି ଯୋଗୁଁ ଏହା ପେଟ ଭିତରେ ଥିବା ବ୍ୟାକ୍ଟେରିଆକୁ ମାରିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ପେଟ ସଫା ରଖିବା ପାଇଁ ଗୋଟେ ଚାମଚ ଲେମ୍ବୁ ରସରେ ଚିମୁଟାଏ ଚିନି ମିଶାଇ ଦିନକୁ ୩ ରୁ ୪ ଥର ପିଅନ୍ତୁ । ଏହାବ୍ୟତିତ ଆପଣ ଗୋଟେ ଗ୍ଲାସ ଗରମ ପାଣିରେ ଗୋଟେ ଲେମ୍ବୁ ଚିପୁଡି ଦିନ ଯାକ ପିଅନ୍ତୁ ।