ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଶ୍ୱସ୍ତିକର ଖବର । ଏଣିକି କରୋନାରୁ ରକ୍ଷା ପାଇବା ପାଇଁ ପିଲାଙ୍କୁ ଦିଆଯିବ ଟୀକା । ମାର୍ଚ୍ଚ ୧୬ ରୁ ୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ କରୋନା ଟୀକା ଦିଆଯିବ । ପିଲାଙ୍କୁ ଦିଆଯିବ ବାୟୋଲଜିକ ଇଶସ କାର୍ବୋଭ୍ୟାକ୍ସର ଟୀକା ।
ଏହାସହିତ ସମସ୍ତ ୬୦ ବର୍ଷରୁ ଉର୍ଦ୍ଧ ବୟସ୍କ ପ୍ରିକୋସନ୍ ଡୋଜ ନେଇପାରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି ।