ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଆରମ୍ଭ ହୋଇଥିବା ଟୀକାକରଣ ପାଇଁ ଟୀକାର ପ୍ରତି ଡୋଜର ମୂଲ ଭାରତ ସରକାରଙ୍କ ପାଇଁ ୧୫୦ ଟଙ୍କା । ଭାରତ ସରକାରଙ୍କ ଦ୍ୱାରା କିଣା ଯାଇଥିବା ଟୀକା ରାଜ୍ୟଗୁଡିକୁ ମାଗଣାରେ ଯୋଗାଇ ଦିଆଯିବ । କେନ୍ଦ୍ରରୁ ସମ୍ପୂର୍ଣ୍ଣ ମାଗଣାରେ ଟୀକା ଗ୍ରହଣ କରିବେ ରାଜ୍ୟ ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ୧୫୦ ଟଙ୍କାରେ ସରକାର ଟୀକା କିଣୁଛନ୍ତି । ବର୍ତ୍ତମାନ ଦଶରେ କୋଭିସିଲ୍ଡ ଏବଂ କୋଭାକ୍ସିନ ଟୀକା ଦିଆଯାଉଛି । ବହୁତ ଶୀଘ୍ର ବିଦେଶୀ ଟୀକା ସ୍ଫୁଟିନିକ ଭି ମଧ୍ୟ ଦେଶରେ ପହଁଚିଯିବ ।
ସୂଚନାଯୋଗ୍ୟ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୦ ମହାମାରୀ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରି କରୋନା ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଏହାସହିତ ଜରୁରୀକାଳୀନ ଔଷଧର କଳାବଜାରୀକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।