ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ବିପକ୍ଷରେ ଲଢୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସରକାର । ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ବୀମା ଯୋଜନାକୁ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି ସରକାର । ସବୁଠାରୁ ବଡ କଥା ହେଉଛି ସରକାର ଗତବର୍ଷ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କରୋନା ମାହାମାରୀ ବିରୋଧରେ ଲଢୁଥିବା ପ୍ରଥମ ଧାଡି ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା ଲଞ୍ଚ କରିଥିଲେ ।
ମଙ୍ଗଳବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସିଂହ କହିଛନ୍ତି କି, କୋଭିଡ୧୯ ପ୍ରଧାନମନ୍ତ୍ରୀ ଗରିବ ଗଲ୍ୟାଣ ଯୋଜନା ଅଧୀନରେ କରୋନା ମହାମାରୀ ସହ ଲଢୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କରାଯାଇ ଥିବା ବୀମା ଯୋଜନା କୁ ଆଜିଠାରୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।