ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଏଥିରୁ ରକ୍ଷା ପାଇବା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ବିଶେଷଜ୍ଞଙ୍କ ମତରେ ଯଦି କରୋନାର ତୃତୀୟ ଲହର ଆସେ ତେବେ ଏହାର ଅଧିକ ପ୍ରଭାବ ଛୋଟ ଛୁଆଁଙ୍କ ଉପରେ ପଡିପାରେ ।
ଏହାକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ କମ ବୟସର ଛୁଆ ଙ୍କୁ କରୋନା ଚିକିତ୍ସା ପାଇଁ ନୂତନ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଥିରେ କରୋନା ଚିକିତ୍ସାରେ ଛୁଆଙ୍କୁ ରେମଡେସିଭୀର ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍) ଏହି ନିର୍ଦ୍ଦେଶାବଳୀ ଜାରି କରିଛି। ଏଥିସହ ଏଥିରେ ଦର୍ଶାଯାଇଛି ଯେ ୧୮ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ରିମେଡେସିଭୀରର ପ୍ରଭାବ ଏବଂ ଏହା ସେମାନଙ୍କ ପାଇଁ କେତେ ସୁରକ୍ଷିତ ସେ ସମ୍ବନ୍ଧରେ ଏପର୍ୟ୍ୟନ୍ତ ପର୍ୟ୍ୟାପ୍ତ ତଥ୍ୟ ଉପଲବ୍ଧ ନାହିଁ।