ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଏନ୯୫ ମାସ୍କ ବ୍ୟବହାର କରୁଛନ୍ତି । ଯଦି ଆପଣ ବି ଏନ୯୫ ମାସ୍କ ବ୍ୟବହାର କରୁଥାନ୍ତି ତେବେ ସାବଧାନ । ଏହି ଏନ୯୫ ମାସ୍କକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସସସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ମାଧ୍ୟମରେ ଚେତାବନୀ ଦିଆଯାଇଛି । କୁହାଯାଇଛି କି ଏଭଳି ଭାଲ୍ୱ ଲାଗିଥିବା ମାସ୍କ ବ୍ୟବହାର କରନ୍ତୁ ନାହିଁ । ଏହି ମାସ୍କ ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ନୁହେଁ ବରଂ ଏହାକୁ ବ୍ୟବହାର କଲେ ଲୋକଙ୍କ ପାଇଁ ହାନିକାରକ ହୋଇପାରେ ।
ସ୍ୱାସ୍ଥ୍ୟ ସେବାର ମହାନିର୍ଦ୍ଦେଶକ ରାଜୀବ ଗର୍ଗଙ୍କ ପରାମର୍ଶ ଅନୁଯାୟୀ, ଅଧିକ ସମୟ ଘରେ ତିଆରି ମାସ୍କ ବ୍ୟବହାର କରନ୍ତୁ । ଏହାସହିତ ସ୍ୱାସ୍ଥ୍ୟମନ୍ତ୍ରାଳୟର ୱେବସାଇଟରେ ଉପଲବ୍ଧ ଫେସ ମାସ୍କ କିଣି ପାରିବେ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଛିଦ୍ରଯୁକ୍ତ ଏନ୯୫ ମାସ୍କ ବ୍ୟବହାର ପାଇଁ ହାନିକାରକ ହୋଇପାରେ । ଏହି ମାସ୍କ କରୋନା ଭାଇରସକୁ ରୋକିବାର କାମ କରୁ ନାହିଁ । ବରଂ ଏହି ମାସ୍କର ବ୍ୟବହାର କରିବା ଦ୍ୱାରା ଭାଇରସ ମାସ୍କ ବାହାରକୁ ଯାଇନଥାଏ । ସେଥିପାଇଁ ଲୋକଙ୍କୁ ଅପିଲ କରୁଛୁ କି ସେମାନେ ଏନ୯୫ ମାସ୍କକୁ ଭୁଲ ବ୍ୟବହାର କରନ୍ତୁ ନାହିଁ ଏବଂ ଯେତେ ସମ୍ଭବ ଘର ତିଆରି ମାସ୍କ ବ୍ୟବହାର କରନ୍ତୁ ।
ଏପ୍ରିଲ ମାସରେ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିଲା କି, ଘରେ ବାହାରକୁ ବାହାରିବା ମାତ୍ରେ ଘର ତିଆରି ମାସ୍କ ବ୍ୟବହାର କରନ୍ତୁ । ଯାହାଦ୍ୱାରା କରୋନା ଭାଇରସରୁ ରକ୍ଷା କରାଯାଇ ପାରିବ । ଆଡଭାଇଜରିରେ କୁହାଯାଇଥିଲା କି ବ୍ୟବହାର କରାଯାଉଥିବା ମାସ୍କକୁ ନିୟମିତ ଧୋଇବା ଆବଶ୍ୟକ । ଏହାସହିତ ମୁହଁ ଘୋଡେଇବା ପାଇଁ କଟନ କପଡା ବ୍ୟବହାର କରି ପାରିବେ । ସେହିପରି ଏଭଳି କପଡାରେ ମାସ୍କ ତିଆରି କରନ୍ତୁ ଯାହାକୁ ଧୋଇଲା ମାତ୍ରେ ୫ ମିନିଟ୍ ରେ ଶୁଖିଯାଉଥିବ । ଏହାବ୍ୟବତିତ ଆଡଭାଇଜରି ଆହୁରି ମଧ୍ୟ କୁହାଯାଇଥିଲା କି ଗରମ ପାଣିରେ ସାମାନ୍ୟ ଲୁଣ ପକାଇ ମାସ୍କକୁ ଧୋଇ ପାରିବେ ।