ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ମାମଲା । ପୂର୍ବଅପେକ୍ଷା କରୋନାର ଦ୍ୱିତୀୟ ଲହର ଖୁବ୍ ମାରାତ୍ମକ । ଏହାରି ମଧ୍ୟରେ କୋଭିଡର ନୂତନ ରୂପକୁ ନେଇ ଦାବି କରାଯାଉଛି କି, ଭାଇରସ ଯାଞ୍ଚ ପାଇଁ ବ୍ୟବହାର ହେଉଥିବା ଆରଟିପିସିଆର ଟେଷ୍ଟରେ ଭାଇରସ ଚିହ୍ନା ପଡୁନାହିଁ । ଏନେଇ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି କି, ଧେଶରେ ଥିବା ସମସ୍ତ କୋଭିଡ ଭ୍ୟାରିଏଣ୍ଟକୁ ଡିଟେକ୍ଟ କରିବାରେ ସମକ୍ଷ ଆରଟିପିସିଆର ଟେଷ୍ଟ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ବୟାନ ଅନୁସାରେ, ଭାରତରେ ଯେଉଁ ଆରଟିପିସିଆର ଟେଷ୍ଟ ବ୍ୟବହାର କରାଯାଉଛି, ତାହା ଭାଇରସର ନୂତନ ମ୍ୟୁଟେସନକୁ ଚିହ୍ନବାରେ ସଫଳ ହେଉଛି ।
ସୂଚନାଯୋଗ୍ୟ, ଏକ୍ସପର୍ଟଙ୍କ କହିବାନୁଯାୟୀ ଦେଶରେ ନୂତନ ମାମଲା ବଢିବାର ମୂଳ କାରଣ ହେଉଛି କରୋନାର ନୂତନ ରୂପ ।