ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ତାତି । ଡହଡହ ଖରା ସାଙ୍ଗକୁ ପ୍ରବଳ ଗରମରେ ସିଜୁଛନ୍ତି ରାଜ୍ୟବାସୀ । ଏହାସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବା ବେଳେ ଉପକୂଳରେ ବଢୁଛି ଗୁଳୁଗୁଳି । ଅସମ୍ଭାଳ ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ତାତିରୁ ମିଳୁନି ଆଶ୍ୱସ୍ତି । ଏପରିକି ରାତିରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ସେପଟେ ବର୍ଷାକୁ ଚାହିଁ ବସିଛନ୍ତି ରାଜ୍ୟବାସୀ ।
ମେ ପ୍ରଥମ ସପ୍ତାହ ଯାଏଁ ତାତିରୁ ନିସ୍ତାର ନାହିଁ । ଆଭ୍ୟନ୍ତରୀଣ ଓଡିଶା ଆଶନ୍ତା ୩/୪ ଭିତରେ ଆହୁରି ହୁ ହୁ ହୋଇ ଜଳିବ । ୪୫-୪୬ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଡେଇଁବାରେ ଆଶଙ୍କା ରହିଛି ।