ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ୧୮ ବର୍ଷରୁ କମ ପିଲାମାନଙ୍କ ଠାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୌନିକ ସଂକ୍ରମଣ ୧୦୦ ଉପରେ ରହୁଛି ।
ପିଲାଙ୍କଠାରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆତଙ୍କିତ ନହେବା ପାଇଁ ନିକଟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ।
ଅନ୍ୟପଟେ ରାଜ୍ୟ ସଂକ୍ରମଣ ହ୍ରାାସ ପାଉଛି । ଦୈନିକ ସଂକ୍ରମଣ ଏକ ହଜାର ତଳକୁ ଖସିଛି । ସେହିପରି ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି ।