ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଅଗଷ୍ଟ ୧୫ ଭିତରେ କରୋନା ଭ୍ୟାକ୍ସିନ୍ ଆଣିବାକୁ ଯୋଜନା କରିଛି । ଭାରତ ବାୟୋଟିକ୍ କୁ ଆଇସିଏମଆର ର ଡିଜି ବଳରାମ ଭାର୍ଗବ ଚିଠି ଲେଖି କରୋନା ଔଷଧ ଟ୍ରାୟଲ ଉପରେ ଦ୍ରୁତ ଗତିରେ କାମ କରିବା ପାଇଁ କହିଛନ୍ତି । ଯାହାଫଳରେ ଅଗଷ୍ଟ ୧୫ ମଧ୍ୟରେ ଫଳାଫଳ ସାମ୍ନାକୁ ଆସିପାରିବ ।
ନିକଟରେ କରୋନା ଭ୍ୟାକ୍ସନ କୋଭାକ୍ସିନ ର କ୍ଲିନିକାଲ ଟ୍ରାୟଲର ଦାୟିତ୍ୱ ଭାରତ ବାୟୋଟିକ୍ କୁ ଦିଆଯାଇଥିଲା । ଏହି ଚିଠିରେ ଲେଖାଯାଇଛି କି, ଭାରତ ଦ୍ୱାରା କରୋନା ଔଷଧ ବିକାସର ଏହା ପ୍ରଥମ ବଡ ପ୍ରୟାସ ଏବଂ ପ୍ରୋଜେକ୍ଟ । ଏହାଉପରେ ସରକାରଙ୍କର ନଜର ରହିଛି ଏବଂ ଏହାକୁ ପ୍ରାଥମିକତା ଆଧାରରେ ଆଗାକୁ ବଢାଇବାକୁ ହେବ । ପୁଣେ ଆଇସିଏମଆର ଏବଂ ବିବିଆଇଏଲ ମିଳିତ ସହଯୋଗରେ ଏହି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାୟଲ ପାଇଁ ପ୍ରସ୍ତୁତ କରାଯାଇଛି ।
ଏନେଇ ଆଇସିଏମଆର କହିଛି କି, ସମସ୍ତ କ୍ଲିନିକାଲ ଟ୍ରାୟଲ ପୁରା ହେବା ପରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସାର୍ବଜନିକ ସ୍ୱାସ୍ଥ୍ୟ ଉପଯୋଗ ପାଇଁ ଭ୍ୟାକ୍ସିନ ଲଞ୍ଚ କରିବାର ଯୋଜନା କରାଯାଇଛି ।