ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଲଢେଇ ମଧ୍ୟରେ ଦେଶରେ ଦୃତ ଗତିରେ ଚାଲିଛି ଟୀକାକରଣ । ସୋମବାର ଦିନ ଲୋକଙ୍କୁ ରେକର୍ଡ ସଂଖ୍ୟକ ଟୀକାକରଣ କରାଯାଇଛି । ପ୍ରଥମ ଥର ପାଇଁ ଦେଶରେ ଗୋଟେଦିନରେ ୮୮ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକା ଦିଆଯାଇଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡବୀୟ କହିଛନ୍ତି କି , ଗତକାଲି ଭାରତ ଗୋଟେଦିନରେ ୮୮ ଲକ୍ଷରୁ ଅଧିକ ଟୀକାକରଣ କରି ଗୋଟେଦିନରେ ସର୍ବାଧିକ ଟୀକାକରଣର ରେକର୍ଡ କରିଛି । ଏପର୍ଯ୍ୟନ୍ତ ମୋଟ ୫୫ କୋଟି ୪୭ ଲକ୍ଷ ୩୦ ହଜାର ଟୀକାର ଡୋଜ ଦିଆ ଯାଇସରିଲାଣି ।