ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଦିଲ୍ଲୀ ସରକାର ପକ୍ଷରୁ ପ୍ରଥମ ‘ପ୍ଲାଜ୍ମା ବ୍ୟାଙ୍କ’ ସ୍ଥାପିତ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ବ୍ୟାଙ୍କ ଦିଲ୍ଲୀ ସରକାରଙ୍କ ଦ୍ୱାରା ସଂଚାଳିତ ଇଂଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ ବିଲିରି ସାଇନସେଜ୍ ରେ ସ୍ଥାପିତ କରାଯାଉଛି ଏବଂ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତର ଏବଂ ହସ୍ପିଟାଲକୁ ପ୍ଲାଜ୍ମା ବିଷୟରେ ସମ୍ପର୍କ କରିବାକୁ ହେବ ।
ଏନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସେ।।ଦିଆ କହିଛନ୍ତି କି, ଏବେ ଦିଲ୍ଲୀରେ କରୋନାରେ ସ୍ଥିରତା ଆସିଛି । ଜଣେ ମଣିଷ ଭାବେ ଲୋକଙ୍କୁ ପ୍ଲାଜ୍ମା ଦାନ କରିବା ପାଇଁ ଆସିବା ଉଚିତ୍ । ଏହି ବ୍ୟାଙ୍କ ଆଇଏଲବିଏସର ସପ୍ତମ ମହଲାରେ ସ୍ଥାପିତ କରାଯାଉଛି ।
ବିଶେଷଜ୍ଞଙ୍କ ମତରେ ପ୍ଲାଜ୍ମାକୁ ଶୂନ୍ୟ ବା ୮୦ ଡିଗ୍ରୀରୁ କମ୍ ତାପମାତ୍ରାରେ କ୍ରାୟୋଜୋନିକ ଭଣ୍ଡାରର ଆବଶ୍ୟକତା ହୋଇଥାଏ ।
ଦିଲ୍ଲୀ ସରକାରୀ ହସ୍ପିଟାଲର ଜଣେ ଚିକିତ୍ସକଙ୍କ କହିବାନୁସାରେ, ପ୍ରତ୍ୟେକ ବ୍ୟକ୍ତି ୨୫୦-୨୫୦ ପ୍ଲାଜ୍ମା ଦାନ କରି ପାରିବେ । ରୋଗୀଙ୍କୁ ପ୍ରଥମେ ୨୫୦ ମି.ଲି ପ୍ଲାଜ୍ମା ଏବଂ ୨୪ ଘଣ୍ଟା ପରେ ୨୫୦ ମି.ଲି ପ୍ଲାଜ୍ମା ଚଢାଯାଇଥାଏ ।