ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢାଉଛି ମହାମାରୀ କରୋନା । ଏଥିରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଟୀକା ପରୀକ୍ଷଣରେ ଲାଗି ପଡିଛନ୍ତି । ଏବେ ଇଣ୍ଡିଆନ୍ କାଉଁସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର) ପକ୍ଷରୁ କୁହାଯାଇଛି କି, ଦେଶରେ ମଣିଷ ଶରୀର ଉପରେ କରୋନା ଭ୍ୟାକ୍ସିନ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ଦେଶରେ ବିକସିତ ହୋଇଥିବା ଦୁଇଟି ଭ୍ୟାକ୍ସିସିନ୍ ପରୀକ୍ଷଣ ଜୋର ସୋରରେ ଚାଲିଛି ।
ଆଇସିଏମଆର ର ମହାନିର୍ଦ୍ଦେଶକ ଡାଃ ବଳରାମ ଭାର୍ଗବ କହିଛନ୍ତି କି, ଦୁନିଆରେ ସବୁଠାରୁ ବଡ ଟୀକା ନିର୍ମାତା ମଧ୍ୟରୁ ଭାରତ ଅନ୍ୟତମ । ସେଥିପାଇଁ କରୋନା ଚେନ୍ କୁ ଭାଙ୍ଗିବା ପାଇଁ ଟୀକା ବିକାସ ପ୍ରକ୍ରିୟାକୁ ଦ୍ରୁତ କରିବା ଦେଶର ନୈତିକ ଦାୟିତ୍ୱ ।
ପୂର୍ବରୁ ଦୁଇଟି ଟୀକା ର ମାନବ ପରୀକ୍ଷଣ ପାଇଁ ଡିଜିସିଆଇ ପକ୍ଷରୁ ଅନୁମତି ମିଳିସାରିଛି । ସେଥିରେ ଗୋଟେ ଟୀକା ଆଇସିଏମଆର ସହିତ ଭାରତ ବାୟୋଟିକ ମିଳିତ ଭାବେ ପ୍ରସ୍ତୁତ କରିଛି । ସେହିପରି ଅନ୍ୟ ଟୀକାଟି ଜାୟଡସ କ୍ୟାଡିଲା ହେଲ୍ଥକେୟାର ଲିମିଟିଡେ ପ୍ରସ୍ତୁତ କରିଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଯେତେ ଶ୍ରୀଘ୍ର ହେଉଛି ସେତେ ଶୀର୍ଘ ଭ୍ୟାକ୍ସିନକୁ ଦ୍ରୁତ ଗତିରେ ବିକାଶ କାରିବା ଦେଶର ନୈତିକ ଦାୟିତ୍ୱ ରହିଛି । କାରଣ ଦୁନିଆରେ ୫ ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଜୀବନ ହାରି ସାରିଲେଣି । ସେଥିପାଇଁ ଦ୍ରୁତ ଗତିରେ ଟୀକା ବିକାସ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଭାରତକୁ ଦୁନିଆର ଫାର୍ମାସି ବୋଲି କୁହାଯାଇଥାଏ । ଆମେରିକାରେ ବ୍ୟବହାର ହେଉଥିବା ୬୦ ପ୍ରତିଶତ ଔଷଧ ଭାରତର ।