ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ପୁଣି ଉପରମୁହାଁ ହୋଇଛି କରୋନା ମିଟର । ଦ୍ୱିଗୁଣା ବେଗରେ ବୃଦ୍ଧି ପାଉଛି ସଂକ୍ରମଣ । ଦୀର୍ଘ ୫ ମାସ ପରେ ଆଜି ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୪୪୩୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଏହାପରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଂକ୍ରମଣ ୨୩,୦୯୧ ରେ ପହଁଚିଛି ।