ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ବିରୋଧୀ ଲଢେଇରେ ଭାରତ ଧୀରେ ଧୀରେ ମଜବୁତ ହେଉଥିବାର ଦେଖାଯାଉଛି । ଏହାରିମଧ୍ୟରେ ଦେଶକୁ ଆହୁରୀ ଟୀକା ମିଳିବାକୁ ଯାଉଛି । ଯେଉଁଥିରେ ଏକ ଟୀକାର ନାଁ ରହିଛି ନୋଭାଭାକ୍ସ । କୁହାଯାଉଛି କି ଆମେରିକା ପୂର୍ବରୁ ଭାରତରେ ଲଞ୍ଚ କରାଯିବ ନୋଭାଭାକ୍ସ । ବର୍ତ୍ତମାନ ଦେଶରେ ତିନୋଟି ଟୀକା ଉପଲବ୍ଧ, ଯେଉଁଥିରୁ ଦୁଇଟି ମେଡ୍ ଇନ୍ ଇଣ୍ଡିଆ କୋଭିସିଲ୍ଡ ଏବଂ କୋଭାକ୍ସିନ ଏବଂ ତୃତୀୟଟି ଋଷ ଟୀକା ସ୍ଫୁଟିନିକ ଭି ।
ନୋଭାଭାକ୍ସର ମ୍ୟାନ୍ୟୁଫାକ୍ଚରିଙ୍ଗ ପାର୍ଟନର ହେବ କରୋନା ଟୀକା ଉତ୍ପାଦନ କରୁଥିବା ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଟୀକା ଭାରତ ଆସିବା ପରେ ଏହାର ନାଁ କୋଭାଭାକ୍ସ ହୋଇଯିବ । ବର୍ତ୍ତମାନ ସେରମ ଇଂଷ୍ଟିଚ୍ୟୁଟ ଏହି ଟୀକାର ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଉପରେ ପରୀକ୍ଷଣ କରୁଛି । ଭାରତରେ ଏହି ନୋଭାଭାକ୍ସ ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇ ଅନୁମତି ମିଳିପାରେ ବୋଲି ଅନୁମାନ କରାଯାଉଛି । ଭାରତ ସରକାରଙ୍କ ଅନୁଯାୟୀ ସେପ୍ଟମ୍ବର ମାସରୁ ଡିସେମ୍ବର ମାସ ସୁଧା ନୋଭାଭାକ୍ସର ୨୦ କୋଡି ଡୋଜ ଉପଲବ୍ଧ ହୋଇପାରେ । ଏହି ସଂଖ୍ୟା ଆହୁରୀ ମଧ୍ୟ ବଢିପାରେ ।
ସେହିପରି ନୋଭାଭାକ୍ସ କମ୍ପାନୀ ଦାବି କରିଛି କି ତାଙ୍କ ଟୀକା କରୋନା ବିରୋଧରେ ଅତ୍ୟଧିକ ପ୍ରଭାବଶାଳୀ । ଏହା ଭାଇରସର ସମସ୍ତ ସ୍ୱରୂପ ବିରୋଧରେ ସୁରକ୍ଷା ପ୍ରଦାନ କରିବ । କରୋନା ବିରୋଧରେ ଏହି ଟୀକା ୯୦ ପ୍ରତିଶତ ପ୍ରଭାବଶାଳୀ ।