ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଦୃଶ୍ୟ ମହାମାରୀ କରୋନା ପାଇଁ ସମଗ୍ର ବିଶ୍ୱ କଲବଲ ହେଉଥିବା ବେଳେ ଭାରତ ତାର ପ୍ରଥମ କୋଭିଡ୧୯ ଭ୍ୟାକିସିନ୍ ‘କୋଭାକ୍ସିନ୍’ କୁ ଜୁଲାଇ ମାସରେ ପରୀକ୍ଷା କରିବାକୁ ଯାଉଛି । ଏହି ଭ୍ୟାକସିନ୍ କୁ ମଣିଷ ଶରୀର ଉପରେ ପରୀକ୍ଷଣ କରିବା ଲାଗି ଡ୍ରଗ୍ସ ନିୟନ୍ତ୍ରଣକାରୀ ସଂସ୍ଥା ଡିସିଜିଆଇ ପକ୍ଷରୁ ଅନୁମତି ମିଳିଯାଇଛି । କୋଭାକ୍ସିନ୍ ନାମକ ଏହି ଭ୍ୟାକ୍ସିନ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ହୋଇଛି । ଆଇସିଏମଆର ଏବଂ ଏନଆଇବି ର ମିଳିତ ସହଯୋଗରେ କମ୍ପାନୀ ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିଛି ।
ଜୁଲାଇ ମାସରେ ଏହି ଭ୍ୟାକ୍ସିନ୍ ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । କମ୍ପାନୀ ଏକ ବୟାନରେ କହିଛି କି ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାରରେ ଆଇସିଏମଆର ଏବଂ ଏନଆଇବି ର ସହଯୋଗ ମହତ୍ୱପୂର୍ଣ୍ଣ ଅଟେ ।
ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ରୁ ଅଧିକ ଟପି ସାରିଲାଣି । କିନ୍ତୁ ଏହି ଭାଇରସକୁ ମୁକାବିଲା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଭ୍ୟାକ୍ସିନ୍ ବାହାରି ପାରିନାହିଁ ।