ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯୋଗ ଅଭ୍ୟାସ କେବଳ ଶାରୀରିକ ସ୍ତରରେ ନୁହେଁ ବରଂ ମାନସିକ ସ୍ତରରେ ବି ମଣିଷକୁ ମଜବୁତ କରେ । ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ମାତ୍ର ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ଆୟୋଜନ ‘ୟୋଗା ଆଟ୍ ହୋମ ୱିଥ୍ ଫ୍ୟାମିଲ’ ଥିମ୍ ରେ ଅନଲାଇନ୍ ରେ କରାଯାଇଛି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଚଶ ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।
ଏହି ଯୋଗ ଦିବସ ଅବସରରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ନେତା ମାନେ ବି ନିଜ ନିଜ ଘରେ ଯୋଗ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହାରି ମଧ୍ୟରେ ଲଦାଖରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । ଆଜ୍ଞା ହଁ ଳଦାଖରେ ୧୮ ହଜାର ଫୁଟ ଉଚ୍ଚ ବିଶିଷ୍ଟ ପାହାଡ ଉପରୁ ଆଇଟିବିପି ର ଯବାନ ଯୋଗ ଅଭ୍ୟାସ କରୁଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯୋଗକୁ ନେଇ ଏଭଳି ଉତ୍ସାହ ଦେଖିବାକୁ ମିଳିଛି ।