ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇୟୁରୋପୀୟ ୟୁନିଅନ (ଇୟୁ) ର ଡ୍ରଗ ନିୟନ୍ତ୍ରକ ପକ୍ଷରୁ ଜନସନ୍ ଆଣ୍ଡ ଜନସନ୍ ର ସିଙ୍ଗଲ ଡୋଜ୍ କରୋନା ଟୀକାକୁ ଅନୁମତି ମିଳିଛି । ଫାଇଜର-ବାୟୋଏନଟେକ, ଏଷ୍ଟ୍ରାଜେନେକା-ଅକ୍ସଫୋର୍ଡ ୟୁନିଭରସିଟି ଏବଂ ମଡର୍ଣ୍ଣାର ଟୀକା ପରେ ଏହା ଚତୁର୍ଥ ଟୀକା । ଯାହାକୁ ୟୁରୋପୀୟ ୟୁନିଅନର ଦେଶରେ ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଛି । ୧୮ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯିବ । ଏହା ପ୍ରଥମ ସିଙ୍ଗଲ ଡୋଜ୍ ଟୀକା ଅର୍ଥାତ ଏହାର ଗୋଟିଏ ଡୋଜ କରୋନା ସଂକ୍ରମଣରୁ ରକ୍ଷା କରିବାରେ ସକ୍ଷମ ହେବ ।
ୟୁରୋପୀୟ ମେଡିସିନ୍ ଏଜେନ୍ସି ର ଏଗଜିକ୍ୟୁଟିଭ ଡାଇରେକ୍ଟର ଏମର କୁକ୍ କହିଛନ୍ତି କି, ଏହି ମଞ୍ଜୁରୀ ଦ୍ୱାରା ଇୟୁ ର ଦେଶରେ ମହାମାରୀ ସହ ଲଢିବା ଏବଂ ନିଜ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏକମାତ୍ର ବିକଳ୍ପ । ଇଏଏମଏ ପରେ ୟୁରୋପୀୟ କମିଶନ ମଧ୍ୟ ଟୀକାର ଅନ୍ତିମ ମଞ୍ଜୁରୀ ଦେଇଛନ୍ତି । ସେହିପରି କନାଡା, ବହରୀନ ରେ ମଧ୍ୟ ଜନସନ୍ ଆଣ୍ଡ ଜନସନ୍ ର ଟୀକାକୁ ମଞ୍ଜୁରୀ ମିଳି ସାରିଛି ।