ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା ଶେଷ ହେବ । ସେହିପରି ଶେଷ ଦିନରେ ପ୍ରାୟତଃ ୫୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ ବୋଲି ସୂଚନା ରହିଛି ।
ଭୁବନେଶ୍ୱରର ୪ଟି କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ସେଥିପାଇଁ କ୍ୟାପିଟାଲ ହସ୍ପିଟାଲ, ସମ୍ ହସ୍ପିଟାଲ, ଏମ୍ସ ଏବଂ କେୟାର ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ୮୫୦୦ ଜଣଙ୍କୁ ଶନିବାର ସୁଦ୍ଧା ଟୀକା ଦିଆଯାଇଥିବା ବେଳେ ଅରଉ ୫ ଶହ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସୋମବାର ଦିନ ଟୀକା ଦିଆଯିବ । ଏହାପରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ।