ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ମହଙ୍ଗମାଡର ଶିକାର ହେଉଛନ୍ତି ଜନତା । ପେଟ୍ରୋଲ, ଡିଜେଲ, ଏଲପିଜି ଦର ବୃଦ୍ଧି ପରେ ଏବେ ଆଉ ଏକ ଜରୁରୀ ଜିନିଷର ଦର ବୃଦ୍ଧିକୁ ନେଇ ଜନତାଙ୍କୁ ଲାଗିବ ବଡ ଝଟକା । ରିପୋର୍ଟ ମୁତାବକ, ଏପ୍ରିଲ ମାସରୁ ଅନେକ ଜରୁରୀ ଔଷଧର ଦରରେ ବୃଦ୍ଧି ଘଟିବ । ବାସ୍ତବରେ ଭାରତର ଡ୍ରଗ ପ୍ରାଇସିଙ୍ଗ ଅଥରିଟି ସିଡ୍ୟୁଲ ଔଷଧ ପାଇଁ ଦରରେ ୧୦.୭ ପ୍ରତିଶତ ବୃଦ୍ଧି ପାଇଁ ଅନୁମତି ଦେଇଛି । ଏହାପରେ ଏବେ ପାରାସିଟମଲ ସମେତ ୮୦୦ ରୁ ଅଧିକ ଔଷଧର ଦାମ୍ ବୃଦ୍ଧି ପାଇବ ।
ନେସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଙ୍ଗ ଅଇରିଟି ଅଫ୍ ଇଣ୍ଡିଆ ଶୁକ୍ରବାର ୨୦୨୧ ର ହୋଲସେଲ ପ୍ରାଇସ ଇଂଣ୍ଡେକ୍ସରେ ୨୦୨୦ର ଏହି ଅବଧି ତୁଳନାରେ ୧୦.୭ ପ୍ରତିଶତ ପରିବର୍ତ୍ତନର ଘୋଷଣା କରିଛନ୍ତି । ଅର୍ଥାତ ଏପ୍ରିଲ ୧ ରୁ ଅନେକ ଜରୁରୀ ଔଷଧରେ ୧୦,୭ ପ୍ରତିଶତ ବୃଦ୍ଧି ହୋଇପାରେ । ଏହି ତାଲିକାରେ ୮୦୦ ଔଷଧ ସାମିଲ ଅଛି ।