ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କାୟା ମେଲାଇଛି ମହାମାରୀ କରୋନା । ଏହି ଭାଇରସକୁ ମାତ୍ ଦେବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ଟୀକା ଉପରେ କାମ ଚାଲିଛି । ଏହାରି ମଧ୍ୟରେ ଅନେକ କମ୍ପାନୀ ଟୀକା ପ୍ରସ୍ତୁତ କରିଥିବାର ଦାବି କରିଛନ୍ତି । ଏଭଳି ଆମେରିକାର ମୋଡେର୍ଣ୍ଣା ନାମକ କମ୍ପାନୀ ଏବେ ଦାବି କରିଛି କି ଏହି ଭ୍ୟାକ୍ସିନ କରୋନା ଭାଇରସ ଉପରେ ୯୪.୫ ପ୍ରତିଶତ ଫଳପ୍ରଦ । ସେପଟେ ଭାରତ ବି ଟୀକା ପାଇଁ ମୋଡେର୍ଣ୍ଣା ସହ ଯୋଗାଯୋଗ କରିଛି ।
କମ୍ପାନୀର ସିଇଓ ଷ୍ଟିଫନ କହିଛନ୍ତି କି, ଫ୍ଲୁ ଟୀକା ସମାନର ଆମ ଟୀକାର ଦାମ । ଯାହା ୧୦-୫୦ ଡଲାର ମଧ୍ୟରେ ରହିଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି କି, ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅନ୍ତରିମ ଡାଟାର ଆଧାରରେ ଟୀକା ୯୪.୫ ପ୍ରତିଶତ ପର୍ଯ୍ୟନ୍ତ କୋଭିଡ୧୯ କୁ ରୋକିବାରେ ଫଳପ୍ରଦ । ଏହାସହିତ ଏହା ଦ୍ୱିତୀୟ ଏଭଳି ଟୀକା ଡେଭଲପର ହୋଇଯାଇଛି । ଯାହାର ଟୀକାର ପରିଣାମ ଅନ୍ୟ କମ୍ପାନୀ ଠାରୁ ଅଧିକ । ମୋଡେର୍ଣ୍ଣାର ଏହି ଟୀକା ଫାଇଜର ଏବଂ ବାୟୋଏନଟେକ ପରେ ଆସିଛି । ଏମଆରଏନଏ-୧୨୭୩ ନାମରେ ବିକସିତ କରାଯାଇଥିବା ଏହି ଟୀକାକୁ ବହୁତ ଶୀଘ୍ର ବଜାରକୁ ଆସିପାରେ ।