ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଏବେ ଗୋଟେ ପରେ ଗୋଟେ ପଙ୍କିପକ୍ସ ମାମଲା ସାମ୍ନାକୁ ଆସୁଛି । ରାଜଧାନୀ ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତାଙ୍କୁ ଚିକିତ୍ସା ପାଇଁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଜ୍ୱର ହେଉଛି ଏବଂ ତାଙ୍କ ତ୍ୱଚାରେ ମଙ୍କିପକ୍ସ । ତାଙ୍କୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ବିଦେଶ ଫେରନ୍ତା ।
ଏହାପୂର୍ବରୁ ଦେଶରୁ ମୋଟ ୪ ଜଣ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇସାରିଛି । ଏହି ସଂକ୍ରମଣ ପାଇଁ ପୂର୍ବରୁ ସମସ୍ତ ରାଜ୍ୟଗୁଡିକୁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।