ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଥମୁନି କରୋନା ପ୍ରକୋପ । ପୁଣି ରାଜ୍ୟରେ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 23rd JUNE
New positive Cases: 282
In quarantine: 256
Local contacts: 26(Details of local contacts will be shared by concerned District Administration)
District Wise Cases
1. Khordha: 26
2. Jharsuguda: 23
3. Balasore: 3
4. Cuttack: 4
5. Jajpur: 6— I & PR Department, Odisha (@IPR_Odisha) June 24, 2020
ଆଜି ଚିହ୍ନଟ ହୋଇଥିବା ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୬, ଝାରସୁଗୁଡାରୁ ୨୩, ବାଲେଶ୍ୱରରୁ ୩, କଟକରୁ ୪, ଯାଜପୁରରୁ ୬, ପୁରୀରୁ ୯, ଅନୁଗୁଳରୁ ୧, ଜଗତସିଂହପୁରରୁ ୧୧, କନ୍ଧମାଳରୁ ୧୭, ଗଞ୍ଜାମରୁ ୭୫, ଗଜପତିରୁ ୭୬, ସୁନ୍ଦରଗଡରୁ ୧, ସମ୍ବଲପୁରରୁ ୧୩, ବଲାଙ୍ଗିରରୁ ୧,ମୟୁରଭଞ୍ଜରୁ ୬, କୋରାପୁଟରୁ ୧, ନୟାଗଡରୁ ୧, ଏନଡିଆରଏଫ କର୍ମୀ ୧୮ ଜଣ(କୋଲକାତାରୁ ଅମ୍ପାନ ଡ୍ୟୁଟି କରି ଫେରିଥିଲେ) ।
New recoveries: 125
Cumulative tested: 235627
Positive: 5752
Recovered: 3988
Active Cases: 1740— I & PR Department, Odisha (@IPR_Odisha) June 24, 2020