ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୬୪୭ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୧୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 20th July
New Positive Cases: 647
In Quarantine: 431
Local Contacts: 216(Details of local contacts will be shared by concerned District Administration)
District Wise Cases
1. Angul: 37
2. Balasore: 40
3. Bargarh: 04
4. Bhadrak: 12
5. Bolangir: 5— I & PR Department, Odisha (@IPR_Odisha) July 21, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୩୭, ବାଲେଶ୍ୱରର ୪୦, ବରଗଡର ୦୪,ଭଦ୍ରକର ୧୨, ବଲାଙ୍ଗିରର ୫, କଟକର ୮୪, ଢେଙ୍କାନାଳର ୧୦, ଗଞ୍ଜାମର ୨୨୫, ଜଗତସିଂହପୁରର ୦୭, ଯାଜପୁରର ୨, କନ୍ଧମାଳର ୫, କେନ୍ଦ୍ରାପଡାର ୧୩, ଖୋର୍ଦ୍ଧାର ୬୮, କେନ୍ଦୁଝରର ୮, କୋରାପୁଟର ୨୮, ମାଲକାନାଗିରିର ୧୦, ମୟୂରଭଞ୍ଜର ୦୩ , ନବରଙ୍ଗପୁର ୦୨, ନୟାଗଡର ୦୪, ରାୟଗଡାର ୪୭, ସମ୍ବଲପୁରର ୧୦,ସୋନପୁର ୧ ଏବଂ ସୁନ୍ଦରଗଡର ୨୨ ଜଣ ରହିଛନ୍ତି । ସର୍ବମୋଟ ୨୩ ଟି ଜିଲ୍ଲାର ୬୪୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Sonepur: 1
23. Sundargarh: 22New Recoveries: 457
Cumulative Tested: 401644
Positive: 18757
Recovered: 12909
Active Cases: 5715— I & PR Department, Odisha (@IPR_Odisha) July 21, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୫୭ କୁ ବୃଦ୍ଧି ପାଇଛି । ସେଥିରୁ ୧୨୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୫୭୧୫ ଜଣ ଚିକିତ୍ସିତ ହେଉଛନ୍ତି ।