ଭୁବନେନଶ୍ୱର (ଏଟିଆର ବ୍ୟୁରୋ): ପୁଣି ଥରେ ଓଡିଶାରେ କାୟା ମେଲାଉଛି କରୋନା ମହାମାରୀ । ରାଜ୍ୟରେ ପୁଣି ଆଉ ୫ କରୋନା ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୩ ରେ ପହଁଚିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ରାଜ୍ୟରେ ଧୀରେ ଧୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ।
ଗୋଟେ ସପ୍ତାହ ମଧ୍ୟରେ ୧୩ ଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି ।
କରୋନାର ନୂତନ ଭାରିଆଣ୍ଟ ଜେଏନ୍.୧ ସଂକ୍ରମଣ ଦେଶରେ ବୃଦ୍ଧି ହେଉଥିବା ବେଳେ ଓଡିଶାରେ ମଧ୍ୟ ଏହା କାୟା ମେଲାଉଛି । ଯାହା ସତର୍କ ଘଣ୍ଟି ସଦୃଶ ହୋଇଛି ।