ପୁରୀ (ଏଟିଆର ବ୍ୟୁରୋ): କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀରେ ପ୍ରତିଷ୍ଠା ହେବ ୧୫୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ । ପିପିପି ମୋଡରେ ହସ୍ପିଟାଲ ପ୍ରତିଷ୍ଠା ହେବ । ଏହାର ପରିଚାଳନ କରିବ ଆଇ.ଏମ.ଏସ ଆଣ୍ଡ ସମ୍ ହସ୍ପିଟାଲ । ଏଥିରେ ୪୦ ଟି ଆଇସିୟୁ ଏବହ ୪ଟଇ ଭେଣ୍ଟିଲେଟର ବେଡ ରହିବ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଶ୍ରୀଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲ ପରିସରରେ ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଏଥିରେ ରୋଗୀଙ୍କ ପାଇଁ ୧୫୦ ଟି ବେଡ ରହିବ । ଜରୁରୀ ଚିକିତ୍ସା ପାଇଁ ୪୦ ଟି ଆଇସିୟୁ ଏବଂ ୪ଟି ଭେଣ୍ଟିଲେଟର ବିନିଯୋଗ କରାଯିବ । ଏକ ହଜାର ଅକ୍ସିଜେନ ସିଲିଣ୍ଡର ଷ୍ଟକ ରହିବ ଏବଂ ୫ଟି ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିବ । ପୁରୀରେ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିର ରଖି ଏଭଳି ନିଷ୍ପତି ନିଆଯାଇଛି ।