ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୫୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୬୮ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 6th July
New Positive Cases: 571
In Quarantine: 403
Local Contacts: 168(Details of local contacts will be shared by concerned District Administration)
Dist Wise Cases
1. Angul: 4
2. Balasore: 28
3. Bhadrak: 1
4. Bolangir: 5
5. Cuttack: 29
6. Dhenkanal: 1— I & PR Department, Odisha (@IPR_Odisha) July 7, 2020
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୫୭୧ ଜଣଙ୍କ ମଧ୍ୟରୁ ଅନୁଗୁଳର ୪, ବାଲେଶ୍ୱରର ୨୮, ଭଦ୍ରକର ୧, ବଲାଙ୍ଗିରର ୫, କଟକର ୨୯, ଢେଙ୍କାନାଳର ୧, ଗଜପତିର ୫୬, ଗଞ୍ଜାମର ୨୭୩, ଜଗତସିଂହପୁରର ୧୭, ଯାଜପୁରର ୧୬, ଝାରସୁଗୁଡାର ୧, କେନ୍ଦ୍ରାପଡାର ୩, କେନ୍ଦୁଝରର ୭, ଖୋର୍ଦ୍ଧାର ୩୭, ମୟୂରଭଞ୍ଜର ୧୪, ନବରଙ୍ଗପୁରର ୭, ନୟାଗଡର ୧, ପୁରୀର ୪, ରାୟଗଡାର ୧୦, ସମ୍ବଲପୁରର ୬, ସୁନ୍ଦରଗଡର ୫୧ ଜଣ ରହିଛନ୍ତି ।
New Recoveries: 262
Cumulative Tested: 302780
Positive: 10097
Recovered: 6486
Active Cases: 3557— I & PR Department, Odisha (@IPR_Odisha) July 7, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯୭ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୬୪୮୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୫୫୭ ଜଣ ଚିକିତ୍ସିତ ହେଉଛନ୍ତି ।