ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ପୁଣି ଆଉ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 1st July
New positive Cases: 229
In quarantine: 193
Local contacts: 36(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 24
3. Bargarh: 1
4. Bolangir: 7
5. Boudh: 3
6. Cuttack: 12— I & PR Department, Odisha (@IPR_Odisha) July 2, 2020
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୨୯ ଜଣଙ୍କ ମଧ୍ୟରୁ ଅନୁଗୁଳର ୧, ବାଲେଶ୍ୱରର ୨୪, ବରଗଡର ୧, ବଲାଙ୍ଗିରର ୭, ବୌଦ୍ଧର ୩, କଟକର ୧୨, ଦେଓଗଡର ୧, ଗଜପତିର ୧, ଗଞ୍ଜାମର ୯୫, ଜଗତସିଂହପୁରର ୧, ଯାଜପୁରର ୨୨, ଝାରସୁଗୁଡାର ୧୦, କେନ୍ଦୁଝରର ୧, ଖୋର୍ଦ୍ଧାର ୨୧, କୋରାପୁଟର ୧, ମୟୂରଭଞ୍ଜର ୨, ନୟାଗଡର ୫, ପୁରୀର ୪ ଏବଂ ସୁନ୍ଦରଗଡର ୧୭ ଜଣ ରହିଛନ୍ତି ।
New recoveries: 164
Cumulative tested: 274672
Positive: 7545
Recovered: 5353
Active Cases: 2157— I & PR Department, Odisha (@IPR_Odisha) July 2, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ କୁ ବୃଦ୍ଧି ପାଇଛି । ସେଥିରୁ ୫୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୧୫୪ ଜଣ ଚିକିତ୍ସିତ ହେଉଛନ୍ତି ।