ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ପ୍ରକୋପ କମିବାରେ ଲାଗିଛି । ପୂର୍ବାପେକ୍ଷା ଏବେ ଆକ୍ରନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଗତକାଲି ୪ଶହ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୩୬୮ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୫୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେଜଣ ରହିଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 6th December
New Positive Cases : 368
In quarantine: 212
Local contacts: 156(Details of local contacts will be shared by concerned District Administration)
District Wise Cases:
1. Angul: 30
2. Balasore: 16
3. Bargarh: 19
4. Bhadrak: 19
5. Balangir: 18— I & PR Department, Odisha (@IPR_Odisha) December 7, 2020
23. Puri: 18
24. Rayagada: 2
25. Sambalpur: 11
26. Sundargarh: 45
27. State Pool: 10New recoveries: 570
Cumulative tested: 6180992
Positive: 321564
Recovered: 315840
Active cases: 3893— I & PR Department, Odisha (@IPR_Odisha) December 7, 2020
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିଅନୁଯାୟୀ ପୁଣି ଆଉ ୫୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୫୬୪ ହୋଇଥିବା ବେଳେ ୩୧୫୮୪୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୩୮୯୩ ଟି ସକ୍ରିୟ ମାମଲା ରହିଛି ।