ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାରେ ଲାଗୁନି ବ୍ରେକ୍ । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 5th July
New Positive Cases: 456
In Quarantine: 309
Local Contacts: 147(Details of local contacts will be shared by concerned Dist Administration)
District Wise Cases
1. Angul: 1
2. Balasore: 14
3. Bargarh: 33
4. Bhadrak: 12
5. Bolangir: 6
6. Cuttack: 13— I & PR Department, Odisha (@IPR_Odisha) July 6, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ୪୫୬ ଜଣଙ୍କ ମଧ୍ୟରୁ ଅନୁଗୁଳର ୧, ବାଲେଶ୍ୱରର ୧୪, ବରଗଡର ୩୩, ଭଦ୍ରକର ୧୨, ବଲାଙ୍ଗିରର ୬, କଟକର ୧୩, ଢେଙ୍କାନାଳର ୧, ଗଜପତିର ୧, ଜଗତସିଂହପୁରର ୨୩, ଯାଜପୁରର ୫୭, କଳାହାଣ୍ଡିର ୧, କନ୍ଧମାଳର ୩, କେନ୍ଦ୍ରାପଡାର ୫,କେନ୍ଦୁଝରର ୨, ଖୋର୍ଦ୍ଧାର ୨୧, କୋରାପୁଟର ୧୦ ମୟୂରଭଞ୍ଜର ୮, ନବରଙ୍ଗପୁରର ୨୪, ନୟାଗଡର ୪, ପୁରୀର ୩, ରାୟଗଡାର ୧୩, ସମ୍ବଲପୁରର ୧୫ ଏବଂ ସୁନ୍ଦରଗଡର ୨୦ ଜଣ ରହିଛନ୍ତି ।
23. Sambalpur: 15
24. Sundergarh: 20New Recoveries: 290
Cumulative Tested: 297234
Positive: 9526
Recovered: 6224
Active Cases: 3254— I & PR Department, Odisha (@IPR_Odisha) July 6, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୬୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୩୨୫୪ ଜଣ ଚିକିତ୍ସିତ ହେଉଛନ୍ତି ।