ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ରାଜ୍ୟରେ କରୋନାର ନୂତନ ମାମଲା ସାମ୍ନାକୁ ଆସୁଛି । ପୂର୍ବ ଅପେକ୍ଷା ଏବେ କରୋନା ପ୍ରକୋପ କମିବାରେ ଲାଗିଛି । ଯାହାଫଳରେ ଏବେ ୩ ଶହ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୨୫୧ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୦୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେଜଣ ରହିଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 1st January, 2021
New Positive Cases: 251
In quarantine: 148
Local contacts: 103(Details of local contacts will be shared by concerned Dist Administration)
District Wise Cases:
1. Angul: 31
2. Balasore: 8
3. Bargarh: 15
4. Bhadrak: 1
5. Balangir: 13— I & PR Department, Odisha (@IPR_Odisha) January 2, 2021
21. Sonepur: 1
22. Sundargarh: 34
23. State Pool: 3New recoveries: 301
Cumulative tested: 7000844
Positive: 330117
Recovered: 325733
Active cases: 2451— I & PR Department, Odisha (@IPR_Odisha) January 2, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିଅନୁଯାୟୀ ପୁଣି ଆଉ ୩୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୧୧୭ ହୋଇଥିବା ବେଳେ ୩୨୫୭୩୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୨୪୫୧ ଟି ସକ୍ରିୟ ମାମଲା ରହିଛି ।