ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ପୁଣି କରୋନା ତାର ପୂର୍ବ ରୁପକୁ ଲେଉଟିଛି । ଦୀର୍ଘ ଦିନ ହେବ ଦୈନିକ ମାମଲା ଏକ ଶହ ତଳେ ରହିଥିଲା କିନ୍ତୁ ଗତ ଦୁଇ ଦିନ ହେବ ପୁଣି ଏକ ଶହ ଉପରେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଆଜି ପୁଣି ଏକ ଶହ ତଳକୁ ଖସିଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୦ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 20th March
New Positive Cases: 98
In quarantine: 58
Local contacts: 40(Details of local contacts will be shared by concerned Dist Administration)
District Wise Cases:
1. Angul: 4
2. Balasore: 4
3. Bargarh: 5
4. Bhadrak: 6
5. Balangir: 7
6. Cuttack: 9— I & PR Department, Odisha (@IPR_Odisha) March 21, 2021
20. Sonepur: 2
21. Sundargarh: 7
22. State Pool: 3New recoveries: 72
Cumulative tested: 8788844
Positive: 338817
Recovered: 336066
Active cases: 779— I & PR Department, Odisha (@IPR_Odisha) March 21, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୭୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୮୧୭ ରହିଥିବା ବେଳେ ଏହି ରୋଗରୁ ୩୩୬୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୭୭୯ ଜଣ ଚିକିତ୍ସିତ ହେଉଛନ୍ତି ।