ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କଲବଲ କରୁଛି ମହାମାରୀ କରୋନା । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଛି । କେତେବେଳେ ଗ୍ରାଫ ଉପରକୁ ଉଠୁଛି ତ ପୁଣି କେତେବେଳେ ସାମାନ୍ୟ ତଳକୁ ଖସୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୯୪୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୫୭୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 250
7. Cuttack: 963
8. Deogarh: 88
9. Dhenkanal: 88
10. Gajapati: 113
11. Ganjam: 196
12. Jagatsinghpur: 217
13. Jajpur: 373
14. Jharsuguda: 314
15. Kalahandi: 571
16. Kandhamal: 72
17. Kendrapada: 121
18. Keonjhar: 194
19. Khurda: 1477
20. Koraput: 182— I & PR Department, Odisha (@IPR_Odisha) May 6, 2021
New recoveries: 6176
Cumulative tested: 10367418
Positive: 500162
Recovered: 416403
Active cases: 81585— I & PR Department, Odisha (@IPR_Odisha) May 6, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୬୧୭୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦୧୬୨ ରହିଥିବା ବେଳେ ଏହି ରୋଗରୁ ୪୧୬୪୦୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୮୧୫୮୫ ଜଣ ଚିକିତ୍ସିତ ହେଉଛନ୍ତି ।