ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୬୧୬ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 12th July
New Positive Cases: 616
In Quarantine: 415
Local Contacts: 201(Details of local contacts will be shared by concerned Dist Administration)
District Wise Cases
1. Angul: 7
2. Balasore: 27
3. Bargarh: 31
4. Bhadrak :2
5. Bolangir : 2
6. Cuttack: 23— I & PR Department, Odisha (@IPR_Odisha) July 13, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୭, ବାଲେଶ୍ୱରର ୨୭, ବରଗଡର ୩୧, ଭଦ୍ରକର ୨, ବଲାଙ୍ଗିରର ୨, କଟକର ୨୩, ଢେଙ୍କାନାଳର ୭, ଗଜପତିର ୧, ଗଞ୍ଜାମର ୨୮୩, ଜଗତସିଂହପୁରର ୧୮, ଯାଜପୁରର ୧୭, କନ୍ଧମାଳର ୬, କେନ୍ଦ୍ରପଡାର ୧, କେନ୍ଦୁଝରର ୨୩, ଖୋର୍ଦ୍ଧାର ୨୯, କୋରାପୁଟର ୫୦, ମାଲକାନାଗିରିର ୧୪, ମୟୂରଭଞ୍ଜର ୧୩ , ନବରଙ୍ଗପୁରର ୪୦, ନୂଆପଡାର ୫, ପୁରୀର ୧ ଏବଂ ସୁନ୍ଦରଗଡର ୫ ଜଣ ରହିଛନ୍ତି । ସର୍ବମୋଟ ୨୩ ଟି ଜିଲ୍ଲାର ୬୧୬ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
21. Nuapada: 5
22. Puri: 1
23. Sundargarh: 5New Recoveries: 390
Cumulative Tested: 341537
Positive: 13737
Recovered: 8750
Active Cases: 4896— I & PR Department, Odisha (@IPR_Odisha) July 13, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୩୭ କୁ ବୃଦ୍ଧି ପାଇଛି । ସେଥିରୁ ୮୭୫୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୪୮୯୬ ଜଣ ଚିକିତ୍ସିତ ହେଉଛନ୍ତି ।