ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୫୯୧ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୯୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 17th July
New Positive Cases: 591
In Quarantine: 394
Local Contacts: 197(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 13
3. Baragarh: 35
4. Bhadrak: 3
5. Bolangir: 9
6. Boudh: 5— I & PR Department, Odisha (@IPR_Odisha) July 18, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧, ବାଲେଶ୍ୱରର ୧୩, ବରଗଡର ୧୩,ଭଦ୍ରକର ୩, ବଲାଙ୍ଗିରର ୯,ବୌଦ୍ଧର ୫, କଟକର ୩୮, ଦେଓଗଡର ୩, ଢେଙ୍କାନାଳର ୯, ଗଞ୍ଜାମର ୧୮୨, ଜଗତସିଂହପୁରର ୨୨, ଯାଜପୁରର ୧୯, ଝାରସୁଗୁଡାର ୫, କେନ୍ଦ୍ରାପଡାର ୮, କେନ୍ଦୁଝରର ୬, ଖୋର୍ଦ୍ଧାର ୧୨୧, କୋରାପୁଟର ୪, ମାଲକାନାଗିରିର ୮, ମୟୂରଭଞ୍ଜର ୨୨ , ନବରଙ୍ଗପୁର ୧୧, ନୟାଗଡର ୧୧, ପୁରୀର ୬, ରାୟଗଡାର ୧, ସୁନ୍ଦରଗଡର ୧୮ ଏବଂ ସମ୍ବଲପୁରର ୨୦ ଜଣ ରହିଛନ୍ତି । ସର୍ବମୋଟ ୨୫ ଟି ଜିଲ୍ଲାର ୫୯୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
23. Rayagada: 1
24. Sambalpur: 20
25. Sundargarh: 18New Recoveries: 453
Cumulative Tested: 377893
Positive: 16701
Recovered: 11330
Active Cases: 5259— I & PR Department, Odisha (@IPR_Odisha) July 18, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୦୧ କୁ ବୃଦ୍ଧି ପାଇଛି । ସେଥିରୁ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୫୨୫୯ ଜଣ ଚିକିତ୍ସିତ ହେଉଛନ୍ତି ।