ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 18th JUNE
New positive cases: 165
In quarantine: 140
Local contacts: 25(Details of local contacts will be shared by concerned Dist Administration)
District Wise Cases
1. Khordha: 8
2. Jaipur: 8
3. Nawarangpur: 3
4. Nayagarh: 1
5. Puri: 7— I & PR Department, Odisha (@IPR_Odisha) June 19, 2020
ଆଜି ଚିହ୍ନଟ ହୋଇଥିବା ନୂତନ ୧୬୫ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ, ଜୟପୁରରୁ ୮ ଜଣ, ନବରଙ୍ଗପୁରରୁ ୩ ଜଣ, ପୁରୀରୁ ୭ ଜଣ, କଟକରୁ ୨୦, ଜଗତସିଂହପୁରରୁ ଜଣେ, ଝାରସୁଗୁଡାରୁ ୨ ଜଣ, ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨୧ ଜଣ, ମାଲକାନାଗିରିରୁ ଜଣେ, ଗଞ୍ଜାମରୁ ୪୧ ଜଣ, ଗଜପତିରୁ ୨୮ ଜଣ, ସୁନ୍ଦରଗଡରୁ ୬ ଜଣ, ବଲାଙ୍ଗିରରୁ ୨ ଜଣ, ମୟୂରଭଞ୍ଜରୁ ୩ ଜଣ, କୋରାପୁଟରୁ ଜଣେ ଏବଂ କେଲାକାତାରୁ ଅମ୍ପାନ ଡ୍ୟୁଟି କରି ଫେରିଥିବା ୧୧ ଜଣ କର୍ମଚାରୀ ରହିଛନ୍ତି ।
New recoveries: 97
Cumulative tested: 216607
Positive: 4677
Recovered: 3144
Active cases: 1519— I & PR Department, Odisha (@IPR_Odisha) June 19, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ କୁ ବୃଦ୍ଧି ପାଇଥିବା ବେଳେ ସେଥିରୁ ୩୧୪୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୧୫୧୯ ଜଣଙ୍କ ଚିକିତ୍ସା ଚାଲିଛି ।