ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ଲାଗୁନି ବ୍ରେକ୍ । ପୁରା କଲବଲ କରି ରଖିଛି । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୬୦୨ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୦୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 31st July
New Positive Cases: 1602
In Quarantine: 993
Local Contacts: 609(Details of local contacts will be shared by concerned District Administration)
District Wise Cases
1. Angul: 15
2. Balasore: 29
3. Bargarh: 13
4. Bhadrak: 20
5. Balangir: 38— I & PR Department, Odisha (@IPR_Odisha) August 1, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୫, ବାଲେଶ୍ୱରର ୨୯, ବରଗଡର ୧୩,ଭଦ୍ରକର ୨୦, ବଲାଙ୍ଗିରର ୩୮, ବୌଦ୍ଧର ୯, କଟକର ୫୪, ଢେଙ୍କାନାଳର ୪୨,ଗଜପତିର ୧୦୮, ଗଞ୍ଜାମର ୩୦୮, ଜଗତସିଂହପୁରର ୧୯, ଯାଜପୁରର ୪୪, ଝାରସୁଗୁଡାର ୭, କଳାହାଣ୍ଡିର ୩୦, କନ୍ଧମାଳର ୪୫, କେନ୍ଦ୍ରାପଡାର ୧୫, କେନ୍ଦୁଝରର ୩୧, ଖୋର୍ଦ୍ଧାର ୨୮୫, କୋରାପୁଟର ୪୬, ମାଲକାନାଗିରିର ୩୦,ମୟୁରଭଞ୍ଜର ୩୯, ନବରଙ୍ଗପୁରର ୦୯, ନୟାଗଡର ୩୩, ପୁରୀର ୫୦, ରାୟଗଡାର ୧୬୪, ସମ୍ବଲପୁରର ୩୯, ସୋନପୁର ୬ ଏବଂ ସୁନ୍ଦରଗଡର ୬୨ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୧୬୦୨ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Nawarangpur: 9
23. Nayagarh: 33
24. Nuapada: 5
25. Puri: 50
26. Rayagada: 164
27. Sambalpur: 39
28. Sonepur: 6
29. Sundargarh: 62New Recoveries: 772
Cumulative Tested: 528708
Positive: 33479
Recovered: 20517
Active Cases: 12737— I & PR Department, Odisha (@IPR_Odisha) August 1, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ କୁ ବୃଦ୍ଧି ପାଇଛି । ସେଥିରୁ ୨୦୫୧୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୨୭୩୭ ଜଣ ଚିକିତ୍ସିତ ହେଉଛନ୍ତି ।