ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଉଗ୍ର ରୂପ ନେଉଛି କରୋନ ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୧୬୪୩ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୧୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୨୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 7th August
New Positive Cases: 1643
In quarantine: 1018
Local contacts: 625(Details of local contacts will be shared by concerned District Administration)
District Wise Cases
1. Angul: 16
2. Balasore: 73
3. Bargarh: 7
4. Bhadrak: 2
5. Balangir: 43— I & PR Department, Odisha (@IPR_Odisha) August 8, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୧୬, ବାଲେଶ୍ୱରର ୭୩, ବରଗଡର ୭,ଭଦ୍ରକର ୨,ବଲାଙ୍ଗିରର ୪୩, ବୌଦ୍ଧର ୭, କଟକର ୯୮, ଢେଙ୍କାନାଳର ୩୬,ଗଜପତିର ୩୫, ଗଞ୍ଜାମର ୨୭୪, ଜଗତସିଂହପୁରର ୨୧, ଯାଜପୁରର ୩୬, ଝାରସୁଗୁଡାର ୨, କଳାହାଣ୍ଡିର ୩୦, କନ୍ଧମାଳର ୫୨, କେନ୍ଦ୍ରାପଡାର ୧୪, କେନ୍ଦୁଝରର ୩, ଖୋର୍ଦ୍ଧାର ୨୭୪, କୋରାପୁଟର ୫୦, ମାଲକାନାଗିରିର ୨୭,ମୟୁରଭଞ୍ଜର ୩୯, ନବରଙ୍ଗପୁରର ୫, ନୟାଗଡର ୪୦, ନୂଆପଡାର ୧,ପୁରୀର ୯୨, ରାୟଗଡାର ୧୩୬, ସମ୍ବଲପୁରର ୧୧୨, ଏବଂ ସୁନ୍ଦରଗଡର ୧୧୮ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୬୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୮୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 5
23. Nayagarh: 40
24. Nuapada: 1
25. Puri: 92
26. Rayagada: 136
27. Sambalpur: 112
28. Sundargarh: 118New Recoveries: 1810
Cumulative Tested: 634090
Positive: 44193
Recovered: 28697
Active Cases: 15189— I & PR Department, Odisha (@IPR_Odisha) August 8, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୧୯୩ କୁ ବୃଦ୍ଧି ପାଇଛି । ସେଥିରୁ ୨୮୬୯୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୫୧୮୯ ଜଣ ଚିକିତ୍ସିତ ହେଉଛନ୍ତି ।