ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନ ସ୍ଥିତି ବେକାକୁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୯୭୭ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୪୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୭୩୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 13th August
New Positives Cases 1977
In quarantine: 1241
Local contacts: 736(Details of local contacts will be shared by concerned District Administration)
District Wise Cases
1. Angul: 2
2. Balasore: 56
3. Bargarh: 22
4. Bhadrak: 118
5. Balangir: 7— I & PR Department, Odisha (@IPR_Odisha) August 14, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୨, ବାଲେଶ୍ୱରର ୫୬, ବରଗଡର ୨୨,ଭଦ୍ରକର ୧୧୮,ବଲାଙ୍ଗିରର ୭, ବୌଦ୍ଧର ୫, କଟକର ୧୦୧, ଢେଙ୍କାନାଳର ୪୦,ଗଜପତିର ୯୩, ଗଞ୍ଜାମର ୨୮୦, ଜଗତସିଂହପୁରର ୩୪, ଯାଜପୁରର ୬୯, ଝାରସୁଗୁଡାର ୧୧, କଳାହାଣ୍ଡିର ୪୮, କନ୍ଧମାଳର ୬୦, କେନ୍ଦ୍ରାପଡାର ୬, କେନ୍ଦୁଝରର ୧୦, ଖୋର୍ଦ୍ଧାର ୩୩୨, କୋରାପୁଟର ୯୦, ମାଲକାନାଗିରିର ୫୨,ମୟୁରଭଞ୍ଜର ୧୨୦, ନବରଙ୍ଗପୁରର ୧୭, ନୟାଗଡର ୭୫, ନୂଆପଡାର ୨୦,ପୁରୀର ୮୩, ରାୟଗଡାର ୭୦, ସମ୍ବଲପୁରର ୫୯, ସୋନପୁର ୭ ଏବଂ ସୁନ୍ଦରଗଡର ୮୮ ଜଣ ରହିଛନ୍ତି । ସର୍ବମୋଟ ୩୦ ଟି ଜିଲ୍ଲାର ୧୯୭୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Mayurbhanj: 120
23. Nawarangpur: 17
24. Nayagarh: 75
25. Nuapada: 20
26. Puri: 83
27. Rayagada: 70
28. Sambalpur: 59
29. Sonepur: 7
30. Sundargarh: 88New Recoveries: 1422
Cumulative Tested: 807826
Positive: 54630
Recovered: 37900
Active Cases: 16353— I & PR Department, Odisha (@IPR_Odisha) August 14, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୩୦ କୁ ବୃଦ୍ଧି ପାଇଛି । ସେଥିରୁ ୩୭୯୦୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୬୩୫୩ ଜଣ ଚିକିତ୍ସିତ ହେଉଛନ୍ତି ।